ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ଗୁରୁତର
ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଅଘଟଣ । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ ତଳକୁ ଓଲଟି ପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଅଘଟଣ । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ ତଳକୁ ଓଲଟି ପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ସକାଳେ ଟ୍ରକଟି କଦଳୀ ବୋଝେଇ କରି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଗେଲପୁର ଛକ ନିକଟରେ ଟ୍ରକଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ହେଲପର ଓ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।