ପାହାଳ ଏଚପି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ମୃତ୍ୟୁ

ପାହାଳ ଏଚପି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ମିଳି ନାହିଁ । ଟାଙ୍କିରେ ପେଟ୍ରୋଲ ପକାଇ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।

ପାହାଳ ଏଚପି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ମିଳି ନାହିଁ । ଟାଙ୍କିରେ ପେଟ୍ରୋଲ ପକାଇ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଏତିକିବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ୧୦ ଟକିଆ ଟ୍ରକ୍ ତାଙ୍କ ଉପରେ ଚଢି ଯାଇଥିଲା ।

ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରୁ କାର ଫେରାର ହୋଇଛି । ଏହି ଘଟଣା ପରେ ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଛି । ପାଖାପାଖି ୫ କିଲୋମିଟର ଯାଏ ଅଟକି ରହିଛି ଗାଡ଼ିମୋଟର । ଘଟଣାସ୍ଥଳରେ ପାହାଳ ପୋଲିସ ଓ ଟ୍ରାଫିକ ପୋଲିସ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.