Below header

କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ଆଜି ଭଡ଼ାଘର ବାଣପୁରରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି l

ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବା ବେଳେ କବାଟ କେହି ଖୋଳିନଥିଲେ l ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ପତ୍ନୀ l ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତଦନ୍ତପରେ ମୃତ୍ୟର ସଠିକ କାରଣ ଜଣାପଡିବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.