ଭୁଆଶୁଣି ଡମ୍ପିଂୟାର୍ଡ ନିକଟରେ ତିଆରି ହେବା ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ, ମେ ୩ରୁ ଚାଲିବ କାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଭୁଆଶୁଣି ଡମ୍ପିଂୟାର୍ଡଠାରେ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ ତିଆରି ହେବା ନେଇ ବାଟ ସୁଗମ । ଏନେଇ ଆଜି ବିଏମସି କାର୍ଯ୍ୟାଳୟରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ବିଏମସି ମେୟରଙ୍କ ଆଲୋଚନା ହୋଇଛି । ଆସନ୍ତା ମେ ୩ ତାରିଖରୁ ଭୁଆଶୁଣି ଡମ୍ପିୟାର୍ଡରେ ଆରମ୍ଭ ହେବ ବାୟୋମାଇନିଂ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ।

ପୂର୍ବରୁ ଦାରୁଠେଙ୍ଗ ପଞ୍ଚାୟତବାସୀ ପ୍ଲାଣ୍ଟ କାର୍ଯ୍ୟକୁ ବିରୋଧ କରୁଥିଲେ । ଆଜି ମେୟର ସୁଲୋଚନା ଦାସଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ, ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷ ଅଜିତ ହରିଚନ୍ଦନ ଓ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଆଲୋଚନା କରିଥିଲେ । ଡମ୍ପିଂ ପାଇଁ ଅନ୍ୟ ବିକଳ୍ପ ପନ୍ଥା ଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ସହମତି ପ୍ରକାଶ ପାଇଛି । ବିଏମସି ପକ୍ଷରୁ ମୋଟ ୪୩ଟି ଏମସିସି ମଧ୍ୟରୁ ୩୦ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ୭ଟିର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.