Below header

ଆଜିିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା, ୨୧ଟି ଗଣନାକାରୀ ଦଳ ଓ ୬୦ଜଣ ଗାଇଡ ନିୟୋଜିତ

ଟାଙ୍ଗୀ(କେନ୍ଯୁଜ୍): ଆଜିିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୨୧ଟି ଗଣନାକାରୀ ଦଳରେ ୧୦୦ରୁ ଉର୍ଦ୍ଧ୍ୱ ଗଣନାକାରୀ ଓ ୬୦ଜଣ ଗାଇଡ ନିୟୋଜିତ ଅଛନ୍ତି । ୧୯ଟି ଗଣନାକାରୀ ଦଳ ଚିଲିକା ଜଳରାଶି ମଧ୍ୟରେ ଓ ୨ ଗୋଟି ଗଣନାକାରୀ ଦଳ ଚିଲିକା ତଟବର୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ରହିଛନ୍ତି ।

ପ୍ରତି ଦଳରେ ୫ରୁ ୭ଜଣ ଗଣନାକାରୀ ସାମିଲ ଅଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ବିଶାରଦ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନକୂଳ ପାଗ ସାଙ୍ଗକୁ ପର୍ଯ୍ୟାପ୍ତ ଖାଦ୍ୟ ପରିବେଶ ଅନୁକୁଳ ଥିବାରୁ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବାର ସମ୍ଭାବନା ଅଛି । ଗଣନା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ପକ୍ଷୀ ବିଶାରଦ ଓ ପକ୍ଷୀ ପର୍ଯ୍ୟବେକ୍ଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.