Below header

ବାଲେଶ୍ବରରେ ପୁଣି ପଶିଲେ ୨୫ଟିକିଆ ହାତୀ ପଲ, ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବରରେ ପୁଣି ପଶିଲେ ୨୫ଟିକିଆ ହାତୀ ପଲ । ହାତୀ ପଲ ପଶିବା ପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗତକାଲିଠାରୁ ଏହି ହାତୀ ପଲ ପଶ୍ଚିମବଙ୍ଗର ବାଂସଖାଳି ଜଙ୍ଗଲରୁ ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳ ଦେଇ ପ୍ରସାଦଶୁଲ ନିକଟରେ ରହିଛନ୍ତି ।

ବାରମ୍ବାର ଏଭଳି ହାତୀମାନଙ୍କର ପ୍ରବେଶ ଯୋଗୁଁ ଅନେକ ଧନ, ସମ୍ପଦ ଓ ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ସେପଟେ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟକରି ବନବିଭାଗ ପକ୍ଷରୁ ଦୁଇଟି ଟିମ୍‌ ହାତୀ ପଲ ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.