ସକାଳ ୫ଟାରୁ ବ୍ରହ୍ମଗିରି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା

ବ୍ରହ୍ମଗିରି (କେନ୍ଯୁଜ୍): ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା। ଏହି ରେଞ୍ଜକୁ ୪ଟି ଜୋନ୍‌ରେ ଭାଗ କରାଯାଇ ସକାଳ ୫ଟାରୁ ଚାଲିଛି ଗଣନା। ପୁରୀ ଡିଏଫ୍‌ଓଙ୍କ ନେତୃତ୍ୱରେ ୫ଜଣ ପକ୍ଷୀ ବିଶାରଦ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ସ୍ୱେଛାସେବୀଙ୍କୁ ନେଇ ଚାଲିଛି ଗଣନା।

ପୁରୀ ଡିଭିଜନର ମୋଟ ୫ଟି ରେଞ୍ଜରେ ୨୫ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବ୍ରହ୍ମଗିରି ରେଞ୍ଜ, ବାଲୁଖଣ୍ଡ ରେଞ୍ଜ, ଗୋପ ରେଞ୍ଜ, ଅସ୍ତରଙ୍ଗ ରେଞ୍ଜ ଓ କୋଣାର୍କ ରେଞ୍ଜରେ କେତେ ଅଛନ୍ତି ପକ୍ଷୀ ସେନେଇ ଗଣନା ଚାଲିଛି।

କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବି ପକ୍ଷୀ ଗଣନା ଚାଲିଛି। ମୋଟ ୫ଟି ଟିମ୍‌ରେ ୨୦ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ନଦୀ ଏବଂ ଜଳାଶୟ ଭିତରେ ୨ଟି ଟିମ୍‌ ପକ୍ଷୀଗଣନା କରୁଥିବାବେଳେ ସ୍ଥଳଭାଗରେ ୩ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି।