ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ବାରିପଦା(କେନ୍ଯୁଜ୍): ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା। ଶିମିଳିପାଳ ଓ ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ କେତେ ଅଛନ୍ତି କୁମ୍ଭୀର ସେନେଇ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ।

ବିଶେଷକରି ଶିମିଳିପାଳ ପାଦଦେଶରୁ ବାହାରିଥିବା ନଦୀ ଖଇରି, ବୁଢାବଳଙ୍ଗ, ଗଡଖାଇ ପ୍ରଭୁତି ନଦୀ କୂଳରେ କୁମ୍ଭୀର ଗଣନା ଚାଲିଛି। ପ୍ରତି ରେଞ୍ଜରେ ୨ରୁ ୩ଟି ଟିମ୍‌ ନିୟୋଜିତ ଅଛନ୍ତି। ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଗୋମୁହାଁ ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.