ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ

କେନ୍ଯୁଜ୍: ବାଂଲାଦେଶର ଐତିହାସିକ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ବଡ଼ ବିଜୟ । ପ୍ରଥମ ଟେଷ୍ଟ ମ୍ୟାଚରେ ୮ ଓ୍ଵିକେଟରେ ଜିତିଲା ବାଂଲାଦେଶ । ଏହି ବିଜୟ ସହ ବାଂଲାଦେଶ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ୨୦୨୩ ପାଇଁ ୧୨ ପଏଣ୍ଟ ହାସଲ କରିଛି । ନ୍ୟୁଜିଲାଣ୍ଡ ବାଂଲାଦେଶ ଆଗରେ ରଖିଥିଲା ମାତ୍ର ୪୦ ରନର ଟାର୍ଗେଟ ।

ମୋମିନୁଲ ହକ୍‌ଙ୍କ ନେତୃତ୍ୱରେ ଖେଳୁଥିବା ବାଂଲାଦେଶ ୨ ଓ୍ଵିକେଟ ହରାଇ ଟାର୍ଗେଟ ହାସଲ କରିନେଇଥିଲା । କୌଣସି ବି ଫର୍ମାଟରେ ନ୍ୟୁଜିଲାଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇବା ବାଂଲାଦେଶର ପ୍ରଥମ । ଏହାସହ ପ୍ରଥମଥର ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ବାଂଲାଦେଶ । ନ୍ୟୁଜିଲାଣ୍ଡ ପ୍ରଥମେ ୩୨୮ ରନ କରିଥିଲା ।

ଜବାବରେ ବାଂଲାଦେଶ ୪୫୮ ରନ କରିଥିଲା । ଦ୍ୱିତୀୟ ଇନିଂସରେ କିଓ୍ଵି ଟିମ୍‌ ୧୬୯ ରନରେ ଅଲଆଉଟ ହୋଇଯାଇଥିଲା । ବାଂଲାଦେଶକୁ ଥିଲା ମାତ୍ର ୪୦ ରନର ଟାର୍ଗେଟ । ମ୍ୟାଚର ହିରୋ ସାଜିଥିଲେ ଇବାଦତ ହୁସେନ । ଦ୍ୱିତୀୟ ଇନିଂସରେ ସେ ୬ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.