ଲୋକସଭା ପାଇଁ ବିଜେଡିର ସବୁ ସରିଲା କେବଳ ବାଲେଶ୍ୱର ଘୋଷଣା ବାକି
ବିଜେଡିର ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (କେନ୍ୟୁଜ୍) : ବିଜେଡିର ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତୃତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବଲାଙ୍ଗୀର ଆସନରେ ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ ଦେଇଛି ଦଳ। ସେହିପରି ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଆସନରୁ ସାଂସଦ ପ୍ରାର୍ଥୀ କରିଛି ବିଜେଡି। ଭଦ୍ରକ ଆସନରେ ମଞ୍ଜୁଲତା ମଣ୍ଡଳଙ୍କ ପୁଣି ଟିକେଟ୍ ପାଇଛନ୍ତି । ବରଗଡ଼ ଆସନରେ ଏକଦମ ନୂଆ ମୁହଁ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଯିଏକି ଜଣେ ମିଶନ୍ ଶକ୍ତିର ସଦସ୍ୟା ।
କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁଙ୍କ ସ୍ଥାନରେ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି ଦଳ। ଏହା ସହ ୨୦ଟି ଲୋକସଭା ଆସନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ବାକି ଆସନ ଅଛି । ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।..