ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦ, ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ବିଜେଡ଼ିର ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ଧାରଣା ଦେବ ବିଜେଡ଼ି। କୋଭିଡ୍‌ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡ଼ି ଧାନ ସଂଗ୍ରହ କରିଥିଲେ। ଏ ବାବଦରେ ୬ହଜାର ୫୭୦କୋଟି ଟଙ୍କା ବାକି ଥିବା କହିଛନ୍ତି ବିଜେଡ଼ି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଧାନକିଣାକୁ ନେଇ BJPର ଦୋମୁହାଁ ନୀତି ବୋଲି କହିଛି ବିଜେଡ଼ି। କୁମ୍ଭୀର କାନ୍ଦଣା କାନ୍ଦୁଛି ରାଜ୍ୟ ବିଜେପି ବୋଲି ବିଜେଡ଼ି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରେସମିଟ୍‌ରେ କହିଛନ୍ତି।

ରାଜ୍ୟର ଚାଷୀକୂଳକୁ ବିଜେପି ବିଭ୍ରାନ୍ତ କରୁଛି। ଚାଷୀକୂଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏଥିରେ ଭୟଭୀତ ହୋଇ ରାଜ୍ୟ ବିଜେପି ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି। ଚାଷୀଙ୍କ ସହ ବିଜେଡିର ଭାବଗତ ସମ୍ପର୍କ ରହିଛି। ଟୋକନ୍‌ ସିଷ୍ଟମ ଦ୍ୱାରା ଚାଷୀକୂଳ ଲାଭରେ ରହୁଛି। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଛି। ଟୋକନ୍‌ ବ୍ୟବସ୍ଥାକୁ ରାଜ୍ୟ ବିଜେପି କାହିଁକି ବିରୋଧ କରୁଛି। ଧାନକିଣା ପ୍ରକ୍ରିୟା କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରୁ ବିଜେଡ଼ି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରେସମିଟ୍‌ରେ ଏହା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.