Below header

ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ: ରାଜରାସ୍ତାକୁ ଓହ୍ଲାଇଲେ ବିଜୁ ମହିଳା ଜନତା ଦଳ

ଦର ବୃଦ୍ଧିକୁ ବିରୋଧ କରି ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜୁ ମହିଳା ଜନତା ଦଳ । ଏହାସହ ପ୍ରତିବାଦ ସଭା ମାଧ୍ୟମରେ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବା ପାଇଁ ଦଳ ଦାବି କରିବ ।

ଭୁବନେଶ୍ୱର (କେନ୍ୟୁଜ): ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ଦର ବୃଦ୍ଧିକୁ ବିରୋଧ କରି ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜୁ ମହିଳା ଜନତା ଦଳ । ଏହାସହ ପ୍ରତିବାଦ ସଭା ମାଧ୍ୟମରେ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବା ପାଇଁ ଦଳ ଦାବି କରିବ । ଏଲପିଜି ଦର ବୃଦ୍ଧିକୁ ବିରୋଧ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ ।

୨୦୧୪ରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୪୧୦ ଚଙ୍କା ଥିଲା । ଏବେ ଦର ୧୧ଶହ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୯ ବର୍ଷରେ ଗ୍ୟାସ ଦର ପ୍ରାୟ ୩ଗୁଣା ବଢ଼ିବା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ୨୦୧୪ରେ ରାଜ୍ୟରେ ୨୧ ଲକ୍ଷ ଗ୍ୟାସ ଉପଭୋକ୍ତା ଥିବା ବେଳେ ଏବେ ୮୮ଲକ୍ଷରୁ ଅଧିକ ଉପଭୋକ୍ତା ଅଛନ୍ତି । ଗ୍ୟାସ ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.