Below header

କେମିତିକା ବାପା ମା କିହୋ ନିଜ ଝିଅକୁ ନିଆଁକୁ ଝାସ ଦେବାକୁ ଠେଲି ଦେଉଛ: ସୁଲତା ଦେଓ

କେନ୍ୟୁଜ୍(ବ୍ୟୁରୋ):  ପ୍ରଦୀପ ପାଣିଗ୍ରାହୀ ଓ ପାଠକ ଲିଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସୁଲତା ଦେଓ। ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହୋଇଛନ୍ତି। ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଦୀପ। ଆକାଶଙ୍କ ପାଇଁ ପ୍ରଦୀପ ମିଛ ଓକିଲାତି କରୁଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ପାଇଁ ଗଞ୍ଜାମବାସୀ ହଇରାଣ ହେଉଛନ୍ତି।

sulata

ସେହିପରି ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ସଂପର୍କରେ କେମିତିକା ବାପା ମା ବୋଲି ପ୍ରଶ୍ନ କରିଛନ୍ତି। ନିଜ ଝିଅକୁ ନିଆଁକୁ ଝାସ ଦେବାକୁ ଠେଲି ଦେଉଛନ୍ତି। ଆକାଶଙ୍କ ନାଁରେ ଟଙ୍କା ଲୁଟ କରିଛନ୍ତି ପ୍ରଦୀପ। ଓଡିଶାର ଲୋକେ ତାଙ୍କ କ୍ଷମା କରିବେନି । ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ସୁଲତା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.