Below header

ମୋହନା: ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ, ପୁଣି ୧୧ କୋଟିର ଗଞ୍ଜେଇ ଚାଷ ନଷ୍ଟ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଜାରିରହିଛି। ଗୁରୁବାର ଅଡବା ଥାନା ଗେରଙ୍ଗ ଏବଂ ତଳଡକରପଙ୍କା ଗ୍ରାମର ୫୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ l

ଗତ ଦୁଇ ସପ୍ତାହ ଧରି ଗଜପତି ଏସ. ପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ଜ଼ିଲ୍ଲା ର ମୋହନା,ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳ ରେ ଅପରେସନ ଗ୍ରୀନ ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁରହିଛି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ମୂଲ୍ୟ ର ଗଞ୍ଜେଇ ଚାଷ କୁ ନଷ୍ଟ କରାଗଲାଣି।

ଆଗକୁ ମଧ୍ୟ ଏହି ଚଢ଼ାଉ ଜ଼ାରି ରହିବ ବୋଲି ଜ଼ିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି, ଏହି ଚଢ଼ାଉ ରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ଏବଂ ବନବିଭାଗ କର୍ମଚାରୀ ସାମିଲ ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.