Below header

କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରଦୀପ ପାଣିଗ୍ରାହୀ ଗିରଫ,ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ତାଙ୍କ ବିରୋଧରେ ପ୍ରମାଣ ମିଳିଛି

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରାଯାଇଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ସଂଗ୍ରହ କରୁଥିଲେ ପ୍ରଦୀପ । ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ସଂଗ୍ରହ କରୁଥିବା ପ୍ରମାଣ ପାଇଛି କ୍ରାଇବ୍ରାଞ୍ଚ ।

ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ରେ ମାମଲା ରୁଜୁ ହୋଇଛି । ଏଥିସହ ଆଇଟି ଆକ୍ଟ ୨୦୦୦ର 66 C/66Dରେ ମାମଲା ରୁଜୁ ହୋଇଛି । ଆକାଶ ପାଠକଙ୍କ ବିରୋଧରେ ମିଥ୍ୟା ପରିଚୟ, ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଏବଂ ସାଇବର ଅପରାଧି ଭଳି ଅନେକ ମାମଲା ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.