ଆଜି ବାଲେଶ୍ୱର ସଦର ପାଇଁ ଡିଜିଟାଲ୍‌ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବାଲେଶ୍ୱର(କେ ନ୍ୟୁଜ): ନିକଟତର ହେଉଛି ନିର୍ବାଚନ ତାରିଖ । ବଢୁଛି ଉପନିର୍ବାଚନ ତାତି । ତିର୍ତ୍ତୋଲ ସମେତ ବାଲେଶ୍ୱରରେ ବି ଜୋର ସୋରରେ ଚାଲିଛି ହେଭିେଓ୍ଵଟଙ୍କ କ୍ୟାମ୍ପେନ୍‌ । ଆଜି ବିଜେଡି ପାଇଁ ଡିଜିଟାଲ୍‌ ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସପକ୍ଷରେ ମାଗିବେ ଭୋଟ । ବାଲେଶ୍ୱର ସଦର ବାଜି ଜିତିବାକୁ ଦିନରାତି ପ୍ରାୟ ଏକ କରି ଦେଇଛନ୍ତି ସବୁ ଦଳ ।

ବାଇକ୍‌ ରାଲି ସାଙ୍ଗକୁ ଚାଲିଛି କର୍ମୀ ସମ୍ମିଳନୀ । ଏହା ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ। ଭୋଟ୍‌ ମାଗୁଛନ୍ତି ପ୍ରାର୍ଥୀ । ବିଜେପି ଓ କଂଗ୍ରେସ ବି ପ୍ରଚାରରେ ମାତି ଛନ୍ତି । କହିରଖିବା ଉଚିତ ହେବକି ଗତକାଲି ପ୍ରଥମ ଥର ଡିଜିଟାଲ ପ୍ଲାଟଫର୍ମରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.