ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ପୋଷ୍ଟମର୍ଟମ, ୨୦୨୪ ପାଇଁ ବିଜେଡିର ରୋଡମ୍ୟାପ

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ପୋଷ୍ଟମର୍ଟମ । ୨୦୨୪ ପାଇଁ ରୋଡମ୍ୟାପ । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ପ୍ରଥମ ଦିନରେ ୯ରୁ ଅଧିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ନବୀନ ନିବାସରେ ଜଣକ ପରେ ଜଣେ ନବୀନଙ୍କୁ ଭେଟିଥିଲେ । ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ, କେଉଁ ଫ୍ୟାକ୍ଟର ଦଳକୁ ସଫଳତା ଆଣିଦେଲା, ଏ ସଂପର୍କରେ ଆଗାମୀ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ । ତିନି ଦିନ ଧରି ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ମାନସମନ୍ଥନ ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.