ଆଜି ବି ମିଳିବନି ନିସ୍ତାର, ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ଅଗ୍ନିବର୍ଷା । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ଟି ସହର। ୯ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ୪୨. ୧ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱରରେ ୪୧ ଦଶିମକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତାକାଲିଠୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି ।

୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ମୟୂରଭଞ୍ଜ ଏବଂ ୨୭ରେ ବଲାଙ୍ଗିର, ବୌଦ୍ଧ, ସୋନପୁର ଓ କଳାହାଣ୍ଡିକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଗତ ୧୦ ବର୍ଷରେ ଏପ୍ରିଲରେ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.