Below header

ଆଜି ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି: ନୂଆବର୍ଷରୁ ନୂଆ ରଣନୀତି ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ୨୫ ପୂରି ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସିଧାସଳଖ ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ । ସମାବେଶରେ ଯୋଗ ଦେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ ହଜାର କର୍ମକର୍ତ୍ତା । ସେମାନଙ୍କୁ ମାର୍ଗଦର୍ଶନ କରାଇବେ ବିଜେଡି ସୁପ୍ରିମୋ ।

ଶଙ୍ଖକ୍ଷେତ୍ରରେ ୨୦୨୪ ନିର୍ବାଚନ ପାଇଁ ଭିତ୍ତିପ୍ରସ୍ତର ପକାଇବ ବିଜେଡି । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ଗତ ୨୫ ବର୍ଷ ଧରି ଦଳ କିଭଳି ସଫଳତା ହାସଲ କରିଛି ଓ ଏହି ଧାରା ବଜାୟ ରଖିବା ନେଇ ନେତା ଓ କର୍ମୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେବେ । ବିଜେଡି ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହକୁ ଦୃଷ୍ଟିରେ ପୁରୀରେ ସୁରକ୍ଷା କଡ଼ାକଡ଼ି ।

୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦୦ ଜଣ ଦକ୍ଷ ଅଫିସର ଓ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଗାଡି ଗୁଡିକ ପାର୍କିଂ ପାଇଁ ତାଳବଣିଆ ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.