ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଆଜିଠାରୁ ଆରମ୍ଭ ହେଉଛି ୩ ଦଳର ପଦଯାତ୍ରା

ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଆଜିଠାରୁ ଆରମ୍ଭ ହେଉଛି ୩ ଦଳର ପଦଯାତ୍ରା। ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରାର ଆୟୋଜନ କରାଯାଇଛି। ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜିଠୁ ଆରମ୍ଭ ହୋଇ ଅକ୍‌ଟୋବର ୧୧ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀର କାରଗିଲ୍‌ ରୋଡରୁ ପଦଯାତ୍ରାର ଶୁଭାରମ୍ଭ କରିବେ । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା କରାଯାଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.