୧୭ ଫୁଟ ଲମ୍ବାର ଅଜଗର ପର୍ଯ୍ୟଟକଙ୍କ ଉପରେ କଲା ଆଟାକ୍‌, କାର ଉପରେ ଚଢ଼ିଗଲା ଆଉ ତାପରେ ହେଲା କିଛି ଏମିତି

ଦକ୍ଷିଣ ଆଫ୍ରିକାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ ଏକ ବିରାଟ ବଡ଼ ଅଜଗର ସାପ ଏକ କାର୍ ଉପରକୁ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଅଜଗରକୁ କାର୍ ଉପରେ ଚଢ଼ୁଥିବା ଦେଖି ତା’ ଭିତରେ ବସିଥିବା ଯାତ୍ରୀ ଭୟଭୀତ ହୋଇଯାଉଛନ୍ତି। ଖାଲ-ଢ଼ିପ ରାସ୍ତାରେ ଏକ ଲ୍ୟାଣ୍ଡ ରୋଭର କାର ଛିଡା ହୋଇଥିଲା। ଅଜଗର ଟାୟାର ଉପରେ ଚଢ଼ି କାରର ଆଗକୁ ଆସିଗଲା।

ରିପୋର୍ଟ ଅନୁଯାୟୀ ମୋଜାମ୍ବିକରୁ ଛୁଟି କାଟି ପର୍ଯ୍ୟଟକମାନେ ଫେରୁଥିଲେ, ରାସ୍ତାରେ ସେମାନଙ୍କୁ ଏକ ବିରାଟ ବଡ ଅଜଗରର ସାମ୍ନା କରିବାକୁ ପଡିଲା। କାର ଉପରେ ସାପ ଚଢ଼ୁଥିବା ଦେଖିବା ପରେ ଜଣେ ବ୍ୟକ୍ତି ଅଜଗର ଲାଞ୍ଜକୁ ଟାଣିବାକୁ ଚେଷ୍ଟା କରୁଛନ୍ତି।

ଏହା ଦେଖି ଡ୍ରାଇଭର୍ ଜଣକ ଭୟରେ ତୁରନ୍ତ ଗାଡ଼ିକୁ ପଛକୁ ନେଇ ଯାଉଛନ୍ତି। ଗାଡ଼ି ପଛକୁ ଯାଉଥିବା ସତ୍ତ୍ୱେ ସାପଟି ସେପରି ଗୋଡାଇ ଗୋଡାଇ ଯାଉଛି ଏବଂ କିଛି ସମୟ ଏପରି ଗୋଡ଼ାଇବା ପରେ ରାସ୍ତାପାର୍ଶ୍ୱରେ ଥିବା ଏକ ବୁଦା ଭିତରକୁ ଅଜଗରଟି ଚାଲିଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.