Below header

ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ଯର ତିନି ପ୍ରମୁଖ ଦଳ ଆରମ୍ଭ କରିବେ ନୂଆ କାର୍ଯ୍ଯକ୍ରମ

ଭୁବନେଶ୍ବର(କେନ୍ଯୁଜ୍) : ଆଜିର ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି, କଂଗ୍ରେସ ଓ ବିଜେପି ଆରମ୍ଭ କରିବେ ନୂଆ କାର୍ଯ୍ଯକ୍ରମ । ବିଜେଡି ପକ୍ଷରୁ ମାସେ ଧରି ଚାଲିବ ଜନ ସମ୍ପର୍କ ପଦଯାତ୍ରା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଝରଣାସାହିରୁ ଶୁଭାରମ୍ଭ କରିବେ । ପଦଯାତ୍ରାରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରର ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ଦଳ । ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ନେଇ ବିଜେପି ଆରମ୍ଭ କରିଛି ଦସ୍ତଖତ ଅଭିଯାନ । ଆଜିଠୁ ସ୍ୱଚ୍ଛତା ନେଇ ୧୫ ଦିନ ଧରି ଦଳ ପକ୍ଷରୁ କରାଯିବ ପଦଯାତ୍ର । କଂଗ୍ରେସ ଆରମ୍ଭ କରିବ ଗାନ୍ଧୀ ପଠନ କେନ୍ଦ୍ର କାର୍ଯ୍ଯକ୍ରମ । ରାଜ୍ୟର ସବୁ ବ୍ଲକରେ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ବିଷୟରେ ଜଣାଇବା କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ବୋଲି ପିସିସି ସଭାପତି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.