ଯାଜପୁର: ସିଂହପୁର ପଞ୍ଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଅଷ୍ଟମ ଦିନରେ, ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ଚାଲିଥିବା ଅନଶନ ଅଷ୍ଟମ ଦିନରେ ପହଞ୍ଚିଛି । ସେପଟେ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଦୁର୍ନୀତି ସମ୍ପର୍କରେ ଅବଗତ କରିଛନ୍ତି । ଘଟଣାର ତଦନ୍ତ କରି ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ବିଜେପି ପ୍ରତିନିଧି ଦଳ।

ଏଥି ସହିତ ତୁରନ୍ତ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଛି । ସେପଟେ ଜିଲାପାଳ ୭ଦିନ ଭିତରେ ଘଟଣାର ତଦନ୍ତ କରାଯିବ ଏବଂ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.