ଟାଟା ମୋଟର୍ସ ଲଞ୍ଚ କରିବ ମିନି SUV Punch, ଜାଣନ୍ତୁ କ’ଣ ରହିଛି ଦାମ ଓ ଫିଚର୍ସ

ନୂଆଦିଲ୍ଲୀ : ଟାଟ ମୋଟର୍ସ ଆସନ୍ତା ଦିପାବଳୀ ଉତ୍ସବରେ ଲଞ୍ଚ କରିବାକୁ ଯ ।ଉଛି ମିନି SUV Punch ଫୋର୍‌ ହ୍ଵିଲର । କମ୍ପାନୀ ଅନୁଯାୟୀ ଏହା ଏକ ଶକ୍ତିଶାଳୀ ଏସ୍‌ୟୁଭି ଗାଡ଼ି । ଯାହାକି ସହଜରେ ସବୁ ଜାଗାକୁ ଯାଇପାରିବ । କମ୍ପାନି ଏହାକୁ ଅଟୋ ଏକ୍ସପୋ-୨୦୨୦ ରେ ଦେଖାଇ ଥିଲା । ଚଳିତ ବର୍ଷ ଦୀପାବଳିରେ ଏହା ଲଞ୍ଚ କରିବ ବୋଲି କମ୍ପାନି କହିଛି । କମ୍ପାନି ଗାଡ଼ି ସମ୍ପର୍କରେ ସବିଶେଷ ବିବରଣୀ ଦେଇନଥିଲେ ମଧ୍ୟ ଏହାର ଦାମ ଓ ଫିଚର୍ସ ଏପରି ହୋଇପାରେ ବୋଲି ଜଣାପଡ଼ିଛି ।

ଏତିକି ହୋଇପାରେ ମୂଲ୍ୟ :

ଟାଟା ମୋଟର୍ସର ଡାଇରେକ୍ଟର ସେଲ୍ସ ଚନ୍ଦ୍ରା କୁହନ୍ତି ଟାଟା ପଞ୍ଚ୍‌ ଏକ ଶକ୍ତିଶାଳୀ ବାହାନ । ଏହା କେଉଁଠିକୁ ବି ଯାଇପାରେ । ଏହି କାରର ଦାମ୍‌ ୪.୫ ଲକ୍ଷ ଟଙ୍କାରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

Tata HBX ମଧ୍ୟ ଲଞ୍ଚ୍‌ ହେବ । ଏହା ଭାରତରେ Datsun GoPlus, Ranault Triber, Maruti Suzuki Ignis ଓ Mahindra KUVZ NXT ସହ ମୁକାବିଲା କରିବ । ଦେଖିବାକୁ ବାକି ରହିଲା ଏହି କାର୍‌ କିପରି ଟକ୍କର ଦେଉଛି ।

Leave A Reply

Your email address will not be published.