କାଲି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

କାଲି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା। ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି।

କାଲି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା। ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି। ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।

ବରଗଡ଼ରେ ୨୦୨୪ ସାଧାରଣ ନିର୍ବାଚନରେ ପାଇଁ ବରଗଡ଼ ଲୋକସଭା ଆସନ ପାଇଁ ରଣନୀତି ପ୍ରସ୍ତୁତି ଅବସରରେ ସେ ଏହା କହିଛନ୍ତି। ବିଜେପିର ବିଜୟ ପାଇଁ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରର ବରିଷ୍ଠ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଦେଶରେ ୪ଶହ ଆସନ ସହ ପୁଣି ଥରେ ମୋଦି ସରକାର ଏଥର ୪୦୦ ପାର ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ବରଗଡ଼ ଏବଂ ଝାରସୁଗୁଡା ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ସମେତ ୬ ଟି ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.