୨-୩ ଦିନରେ ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ତାଲିକା, ବାକି ସମସ୍ତ ଆସନର ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

ଭୁବନେଶ୍ୱର(କେନ୍ୟୁଜ୍‌) : ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଶାୟୀ ପ୍ରାର୍ଥୀ ଦଳୀୟ ଅଫିସରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହଁ । ସେମାନେ ସମସ୍ତେ ଦଳ ବିଚାର ଧାରା ସହ ଜଡିତ। କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ବୋଲି ସେ କହିଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନା ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ୨୧ ଲୋକସଭା ଆସନ ଓ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କେବଳ ୩୫ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.