ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା EVM
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବରରେ ପହଞ୍ଚିଛି ଇଭିଏମ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟାଗାରରୁ ଭୁବନେଶ୍ବରର ବିଜେବି କଲେଜରେ ଆସି ପହଞ୍ଚିଛି ।

ଭୁବନେଶ୍ୱର(କେନ୍ୟୁଜ୍) : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବରରେ ପହଞ୍ଚିଛି ଇଭିଏମ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟାଗାରରୁ ଭୁବନେଶ୍ବରର ବିଜେବି କଲେଜରେ ଆସି ପହଞ୍ଚିଛି । ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇ ଭିଏମ ଆସି ପହଞ୍ଚିଛି । ୫ ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ରହିବ। ମୋଟ ୨୩୩୨ଟି ଇଭିଏମ ଆସିଛି ।