ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇବା ଘଟଣା , ଥାନାରେ ହାଜର ହେଲେ BJPନେତା ସମୀର ମହାନ୍ତିଙ୍କ ଓକିଲ

ଭୁବନେଶ୍ବର (କେନ୍ୟୁଜ୍) : ନକଲି ଗୁଇନ୍ଦା ରିପୋର୍ଟ ଘଟଣାରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ହାଜର ହେଲେ ବିଜେପି ନେତା ସମୀର ମହାନ୍ତିଙ୍କ ଓକିଲ। ଏନେଇ ସମୀର ମହାନ୍ତିଙ୍କୁ ନୋଟିସ୍ ଜାରି ହୋଇଥିଲା। ଖାରବେଳନଗର ଥାନାରେ ହାଜର ହୋଇ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୁହାଯାଇଥିଲା। ସିଆରପିସି ଧାରା ୯୧ରେ ବିଜେପିର ତିନି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ହୋଇଥିଲା। ସୋମବାର ଗୁଇନ୍ଦା ବିଭାଗର ଏକ ଚିଠି ଦେଖାଇ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏହି ତିନି ନେତା। ତଦନ୍ତରୁ ଜଣାପଡିଥିଲା ଚିଠିଟି ସମ୍ପୂର୍ଣ୍ଣ ଭାବେ ଜାଲିଆତି ହୋଇଛି। ଏହା ଜଣାପଡିବା ପରେ ୩ନେତାଙ୍କୁ ଚିଠି କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.