ପୁଣି ମେଡିକାଲରେ ଝଡ଼ାଫୁଙ୍କା : ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ମନ୍ତ୍ର ଫୁଙ୍କିଲା ଗୁଣିଆ

ମୟୂରଭଞ୍ଜ : ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ । ପୁଣି ମେଡିକାଲ ପରିସରରେ ଝଡ଼ାଫୁଙ୍କା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଏଭଳି ଘଟଣା ଘଟିଛି। ମୃତ ଲୋକଙ୍କୁ ବଞ୍ଚାଇବା ପାଇଁ କରାଯାଇଛି ମନ୍ତ୍ରଫୁଙ୍କା। ପୋଲିସ ଉପସ୍ଥିତିରେ ସାପ କାମୁଡ଼ାରେ ମୃତ ବ୍ୟକ୍ତିଙ୍କୁ ଝଡାଫୁଙ୍କା ଏଠାରେ ଚାଲିଥିଲା। ମୃତକ ବ୍ୟକ୍ତି ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ସାଲେଇବେଡ଼ା ପଞ୍ଚାୟତ ରୁଗୁଡିସାହିର ଦିଲ୍ଲୀପ ମହାନ୍ତ ।

ରାତିରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା । ପ୍ରଥମେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହାକୁ ବିଶ୍ୱାସ ନକରି କରଞ୍ଜିଆ ଥାନା ଯୁଗଦେଉଳି ଗାଁର ଗୁଣିଆକୁ ଡାକି ଶବ ବ୍ୟବଚ୍ଛେଦ ଗୃହ ଆଗରେ ତାଙ୍କର ଝଡାଫୁଙ୍କା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.