ଜନ୍ମରୁ ଦୃଷ୍ଟିହୀନ, ତଥାପି ହାର୍‌ ମାନିନାହାନ୍ତି: ନିଜେ ରୋଜଗାର କରି ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ

କଟକ(କେନ୍ୟୁଜ୍): ଜନ୍ମରୁ ଦୃଷ୍ଟିହୀନ ଏମାନେ, ତଥାପି ହାର୍‌ ମାନିନାହାନ୍ତି। ଆଖିରେ ଅସୁମାରୀ ସ୍ୱପ୍ନ । ନିଜେ ରୋଜଗାର କରି ବଞ୍ଚିବା ସହ ପରିବାର ଲୋକଙ୍କୁ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ଏ ହେଉଛି କଟକ ସହରର ନଗେନ୍ଦ୍ର ପାନିକର ଓ ତାଙ୍କ ସ୍ତ୍ରୀ ମାଧୁରୀ ନାୟକଙ୍କର ସଂଘର୍ଷମୟ କାହାଣୀ।

ଏମାନେ ଜନ୍ମରୁ ଦୃଷ୍ଟିହୀନ । ଆଖିରେ ଅସୁମାରୀ ସ୍ୱପ୍ନ । ନିଜେ ରୋଜଗାର କରିବା ସହ ଅଭାବୀ ବାପା ମାଆଙ୍କ ପେଟ ପୋଷିବା ସହ ପରିବାର ଚଳାଇବା ପାଇଁ ସହଯୋଗର ହାତ ବଢାଇବା ସେମାନଙ୍କର ଲକ୍ଷ୍ୟ। କଟକ ସହରର ନଗେନ୍ଦ୍ର ପାନିକର ଓ ତାଙ୍କ ସ୍ତ୍ରୀ ମାଧୁରୀ ନାୟକ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ତା ସହ ପରିବାର ଚଳାଇବା ପାଇଁ ତିଆରି କରୁଛନ୍ତି ଧୂପକାଠି , ଫିନାଇଲ , ବିଂଚ୍‌ଙ୍ଗି ପାଉଡର, ବାସନ ମଜା ଲିକ୍ୟୁଇଡ଼ ଓ ନିମାଇଲ। କଟକର ବିଭିନ୍ନ ସ୍ଥାନରେ ବୁଲି ବୁଲି ଏହି ଜିନିଷ ବିକ୍ରି କରୁଛନ୍ତି। ଅନ୍‌ଲାଇନ୍‌ରେ ମଧ୍ୟ କାମ ଅର୍ଡର ଆସିଥାଏ ବୋଲି କୁହନ୍ତି ନଗେନ୍ଦ୍ରଙ୍କ ପତ୍ନୀ ମାଧୁରୀ ନାୟକ ।

ସମୟ ପାଇଲେ ନଗେନ୍ଦ୍ର ଓ ମାଧୁରୀଙ୍କୁ ସାହାଯ୍ୟ କରନ୍ତି ତାଙ୍କ ବନ୍ଧୁ। ଫ୍ରି ଟାଇମ୍‌ ମିଳିଲେ ଜିନିଷ ତିଆରି କରିବା ସହ ବିକ୍ରି କରିବାରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରନ୍ତି ବୋଲି କୁହନ୍ତି ବନ୍ଧୁ ବିଜୟ କୁମାର ପ୍ରଧାନ। ଏମାନଙ୍କଠାରୁ ଭଲ ଜିନିଷ କିଣିଥାଉ । ସେମାନେ ଲାଭ ପାଇପାରିବେ ବୋଲି ଗ୍ରାହକମାନେ କୁହନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.