ସୁଇସାଇଡ ନୋଟରେ ବ୍ୟକ୍ତିର ନାଁ ଥିଲେ ବି ଦୋଷୀ ସାବ୍ୟସ୍ତ କରିବାକୁ ତାହା ଯଥେଷ୍ଟ ପ୍ରମାଣ ନୁହେଁ: ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ସୁଇସାଇଡ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । କୋର୍ଟ କହିଛି ଯେ କେବଳ ଆତ୍ମହତ୍ୟା ନୋଟରେ ଥିବା ନାମକୁ ଆଧାର କରି ଜଣେ ଆତ୍ମହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ। ଏଭଳି ଏକ ମାମଲାରେ ସୋନିପାଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ୫ ବର୍ଷର ଦଣ୍ଡାଦେଶକୁ ରଦ୍ଦ କରି ହାଇକୋର୍ଟ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋନିପାଟ ନିବାସୀ ରବି ଭାରତୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଆତ୍ମହତ୍ୟାକୁ ଉସୁକାଇବା ମାମଲାରେ ଜିଲ୍ଲା ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ, ଯାହାକୁ ଚ୍ୟାଲେଞ୍ଚ କରି ସେ ହାଇକୋର୍ଟ ଯାଇଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ, କେବଳ ଆତ୍ମହତ୍ୟା ନୋଟରେ ଥିବା ନାମ ଆଧାରରେ ସୋନିପାଟ ଜିଲ୍ଲା କୋର୍ଟ ତାଙ୍କୁ ୨ ମଇ ୨୦୨୨ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଷାକ୍ତ ପଦାର୍ଥ ସେବନ ହେତୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ।

ସମସ୍ତ ପକ୍ଷର ଶୁଣାଣି ପରେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଅନୁମତି ଦେଇଛନ୍ତି ଏବଂ କହିଛନ୍ତି ଯେ ଆତ୍ମହତ୍ୟା ନୋଟରେ ଥିବା ନାମ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ଅଦାଲତ ଏହି ଶୁଣାଣି ଉପରେ ବିଚାର କରିବାବେଳେ ମୃତକଙ୍କ ସହ ଅଭିଯୁକ୍ତର ସମ୍ପର୍କ କ’ଣ, ଆତ୍ମହତ୍ୟା କରିବାର କାରଣ କ’ଣ ଏବଂ ଆତ୍ମହତ୍ୟା ନୋଟରେ ଦିଆଯାଇଥିବା କାରଣ ପ୍ରକୃତରେ କାହାକୁ ଆତ୍ମହତ୍ୟା କରିପାରେ ବୋଲି ଦିଗରେ ଧ୍ୟାନ୍ ଦେବା ଉଚିତ୍ ।

କୋର୍ଟ କହିଛନ୍ତି ଯେ ଅନୁସନ୍ଧାନକାରୀ ଅଧିକାରୀ କେବଳ ହସ୍ତଲିଖନ ବିଶେଷଜ୍ଞଙ୍କ ପରାମର୍ଶ ପରେ ହିଁ କାମ କରିବା ଉଚିତ । ଏହି ଟିପ୍ପଣୀ ସହିତ ହାଇକୋର୍ଟ ଏହି ଆବେଦନକୁ ମଞ୍ଜୁରୀ ଦେବା ସହ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.