ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପର ଲିଗ ମ୍ୟାଚ: ଓସିଏ ପକ୍ଷରୁ ସୂଚନା

କଟକ(କେନ୍ୟୁଜ୍): ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପର ଲିଗ ମ୍ୟାଚ । ଡିସେମ୍ବର ୧୩ରେ ବାରବାଟୀ ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ଏକମାତ୍ର ଲିଗ ମ୍ୟାଚ୍‌ ଖେଳାଯିବ । ଏନେଇ ଆଜି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଦୃଷ୍ଟିହୀନ ଦଳର ଏକମାତ୍ର ଖେଳାଳି ଭାବେ କୋରାପୁଟର ନକୁଳ ବଡ଼ନାୟକ ଭାରତୀୟ ଦଳର ସଦସ୍ୟ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।

ନିଜର ଦମଦାର ପ୍ରଦର୍ଶନ ପାଇଁ ସେ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବିଶ୍ୱକପ ଦୃଷ୍ଟିହୀନ ଟୁର୍ଣ୍ଣାମେଣ୍ଟରେ ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି । ଓସିଏ ପକ୍ଷରୁ ନକୁଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.