Below header

ଚାକିରି ପାଇଁ ଯଦି ପାଉଛନ୍ତି ଏସଏମଏସ ତ ହୋଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ଇନଫର୍ମାଟିକ୍ସ ସେଣ୍ଟର କ’ଣ ଦେଇଛି ଚେତାବନୀ

ନୂଆଦିଲ୍ଲୀ : ନୂଆ ଚାକିରି ପାଇଁ ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର ସହିତ ମେସେଜ ଆସୁଛି । ଯଦି ଆପଣଙ୍କୁ ଏମିତି ମେସେଜ ଆସୁଛି,ତେବେ ହୋଇ ଯାଆନ୍ତୁ ସାବଧାନ । ଆପଣଙ୍କୁ ମେସେଜ ପାଇଁ କିମ୍ବା ଏହି ଲିଙ୍କରେ କ୍ଲିକ କରିବା ପଡିପାରେ ମହଙ୍ଗା । ଏହାକୁ ନେଇ ଏବେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ( NIC) ସାଧାରଣ ଜନତାଙ୍କୁ ଏସଏମଏସ ନେଇ ସତର୍କ କରାଇଛି ।

ଏନ୍‌ଆଇସି ନାମରେ ଏହି ମେସେଜ ଆସୁଛି । ଏହି ମେସେଜରେ NIC ନାମକୁ ବଦନାମ କରାଯାଉଛି ବୋଲି ସଂଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏପରି ମେସେଜ ମିଳିଲେ ତୁରନ୍ତ ଏହାକୁ ପ୍ରତ୍ୟାଖାନ କରନ୍ତୁ । ଏହି ମେସେଜକୁ ଆପଣ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇପାରେ । ଏହି ସାଇବର ଫ୍ରଡକୁ ରୋକିବା ପାଇଁ ସିଇଆରଟି ଏହି ଫେକ୍‌ URL କୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି ।

ଏଠାରେ କରନ୍ତୁ ଅଭିଯୋଗ

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିକଟରେ ଯୁବକମାନଙ୍କୁ ଏଥିପ୍ରତି ସତର୍କ କରିଥିଲା । ଅନଲାଇନ ଜବ ଫ୍ରଡରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ବ୍ୟବହାର କରିପାରିବେ । ଭୁଲ ଇ ମେଲ ପାଇଲେ ତୁରନ୍ତ ସାଇବର କ୍ରାଇମ ଓ୍ଵିଙ୍ଗକୁ ଦିଅନ୍ତୁ । ଏଥିପାଇଁ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋଟିଂ ପୋର୍ଟାଲ www.cybercrime.gov.in ରେ ଅଭିଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.