ସାହସକୁ ମାନିଗଲୁରେ… ଥାନା ବାବୁ ଗୁହାରି ଶୁଣିଲାନି ବୋଲି ପାଟ୍ରୋଲିଂ ଭ୍ୟାନ ଧରି ଚମ୍ପଟ ମାରିଲା ଚୋର

ରାୟଗଡ଼ା(କେନ୍ୟୁଜ୍): ପୋଲିସ ପାଟ୍ରୋଲିଂ ଗାଡ଼ି ଚୋରି । ଘଟଣା ଘଟିଛି ରାୟଗଡ଼ା ସହରରେ । ରାୟଗଡ଼ା ପୋଲିସ ଥାନା ସମ୍ମୁଖରୁ ପାଟ୍ରୋଲିଂ ଭ୍ୟାନକୁ ନେଇ ଫେରାର ହୋଇଯାଇଥିଲା ଦୁର୍ବତ୍ତ । ପ୍ରାୟ ୫୦ କିଲୋମିଟର ଯିବା ପରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଠାରେ ଟ୍ରାକିଂ କରି ଧରିଲା ରାୟଗଡ଼ା ପୋଲିସ ।

ଦୁର୍ବୃତ୍ତ ଜଣକ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ରାଜମହେନ୍ଦ୍ରୀ ନିକଟସ୍ଥ ଏଦିଡ଼ା ଗାଁର ରୁଦ୍ର ସିବା । ତେବେ ଦୁର୍ବୃତ୍ତକୁ ଗିରଫ କରି ଓଡ଼ିଶା ଆଣିବା ପାଇଁ ପାର୍ବତୀପୁରମରେ ପହଞ୍ଚିଛି ରାୟଗଡ଼ା ପୋଲିସର ଏକ ଟିମ୍‌ । ରାୟଗଡ଼ା ଥନାରେ କୌଣସି ଏକ ଅଭିଯୋଗ ନେଇ ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି । ତେବେ ପୋଲିସ ତାଙ୍କ ଅଭିଯୋଗ ଶୁଣିନଥିବା ସେ କହିଛନ୍ତି । ଏଥିରେ କ୍ଷୁବ୍‌ଧ ହୋଇ ସେ ଗାଡ଼ି ନେଇ ପଳାଇଥିଲେ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.