ବିଡ଼ିଓ ହେବ ତ ଏମିତି: ଅଥଳ ଜଳ ରାଶି ପାର୍ ବଣ୍ଡା ଘାଟିରେ ବୁଝିଲେ ଲୋକଙ୍କ ସମସ୍ୟା

ବିଡ଼ିଓ ହେବ ତ ଏମିତି। ବଣ୍ଡା ଘାଟିରେ ପହଁଞ୍ଚି ବୁଝିଲେ ଲୋକଙ୍କ ସମସ୍ୟା । ତେଣୁ ସମସ୍ତେ କହୁଛନ୍ତି ସାବାସ୍ ବିଡ଼ିଓ ବାବୁ

ମାଲକାନଗିରି(କେନ୍ୟୁଜ୍): ବିଡ଼ିଓ ହେବ ତ ଏମିତି। ବଣ୍ଡା ଘାଟିରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଯିବାକୁ ହେଉଥିଲା ସମସ୍ୟା। ବର୍ଷ ବର୍ଷ ଧରି କୌଣସି ବରିଷ୍ଠ ଅଧିକାରୀ ଗାଁକୁ ଯାଇପାରୁନଥିଲେ। କିନ୍ତୁ ମାଓ ଇଲାକାରେ ସାହାସ ଦେଖାଇଲେ ବିଡ଼ିଓ ସାର୍। ଖଇରପୁଟ ବିଡ଼ିଓ ହୃଦରଞ୍ଜନ ସାହୁ ବଣ୍ଡାଘାଟିର ଏକ ଅପହଞ୍ଚ ଅଞ୍ଚଳ ଭୋଜଗୁଡା ଯିବାକୁ ହେଉଥିଲା ସମସ୍ୟା। କାରଣ ଅଶାନ୍ତ ପାଣି ଲୋକଙ୍କ ସହ ସରକାରୀ ବାବୁଙ୍କୁ ମଧ୍ୟ ସମସ୍ୟାରେ ପକାଉଥିଲା ।

କାରଣ ନଈ ପାର ହେଲେ ହିଁ ଗାଁରେ ପହଞ୍ଚିବାକୁ ହୁଏ। ତେଣୁ ସାହାସ କରି ଦେଶୀ ଡଙ୍ଗାରେ ବସି ନିଜ କର୍ମୀଙ୍କ ସହ ଅଥଳ ଜଳ ରାଶି ପାର୍ ହୋଇ ଗାଁରେ ପହଞ୍ଚିଥିଲେ ଖଇରପୁଟ ବିଡ଼ିଓ ହୃଦା ରଞ୍ଜନ ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରି ଦୁଷ୍ମନ୍ତ କୁମାର ବେହେରା ଓ ଆଉ କିଛି ସରକାରୀ ଅଧିକାରୀ ଗାଁରେ ପହଁଚି ଅମୃତ ସରୋବରରେ ଖୋଳା ଯାଇଥିବା ପୋଖରୀ ଏବଂ କିଛି ଲୋକଙ୍କୁ ସରକାରୀ ତରଫରରୁ ଦିଆଯାଇଥିବା ଡଙ୍ଗାର ବ୍ଯବହାର ଏବଂ ବଣ୍ଡା ଉନ୍ନୟନ ସଂସ୍ଥା ର କିଛି ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ।

bdo sir

ଘର ଘରକୁ ଯାଇ କିଛି ଲୋକଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ବିଡ଼ିଓ । ଯାହା ପାଇଁ ବେଶ ପ୍ରଶଂସିତ ହେଉଛନ୍ତି ବିଡ଼ିଓ ହୃଦ ରଞ୍ଜନ ସାହୁ। ତେଣୁ ସମସ୍ତେ କହୁଛନ୍ତି ସାବାସ ବିଡ଼ିଓ ବାବୁ।