ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହେଲେ ବାପା, ଘରକୁ ଆସିଲା କନ୍ୟାରତ୍ନ; ଏମିତି ଶୁଭେଚ୍ଛା ଜଣାଇଲେ ଭଉଣୀ ରୋହିଣୀ ଆଚାର୍ଯ୍ୟ

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଖୁସିର ଲହରୀ। ତାଙ୍କ ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି।

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଖୁସିର ଲହରୀ। ତାଙ୍କ ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି।

ରୋହିଣୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋ ଘରକୁ ଅତିଥି ଭାବରେ ନହ୍ନିପରୀ ଆସିଛି, ସେ ଖୁସିର ଉପହାର ଆଣିଛି। ଜେଜେ, ଜେଜେମାଆ ହେବାର ଖୁସିରେ ମମ୍ମି-ପାପାଙ୍କ ମୁହଁରେ ହସ ଆଣିଛି’। ଏହା ସହିତ ରୋହିଣୀ ତେଜସ୍ୱୀ ଯାଦବଙ୍କର ତାଙ୍କ ନହ୍ନିପରୀ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

tej
photo: abplive

ସେହିପରି ବାପା ହେବା ପରେ ତେଜସ୍ୱୀ ଯାଦବ ବି ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଭଗବାନ ଖୁସି ହୋଇ କନ୍ୟାରତ୍ନ ରୂପରେ ଏକ ଉପହାର ପଠାଇଛନ୍ତି’।

ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ବାପା ହେବାର ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ ଲେଖିଛନ୍ତି, ‘ପବିତ୍ର ନବରାତ୍ରି ସମୟରେ ମାତା ରାଣୀଙ୍କର ଏହି ଆଶୀର୍ବାଦ ପାଇଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଅନେକ ଅନେକ ଅଭିନନ୍ଦନ’।