କିଟ ଓ କିସ ପରିଦର୍ଶନ କଲେ ବ୍ଲୁଡାର୍ଟ ଅଧ୍ୟକ୍ଷ ତୁଷାର ଜାନି

କିଟ ଓ କିସ ପରିଦର୍ଶନ କଲେ ବ୍ଲୁଡାର୍ଟ ଅଧ୍ୟକ୍ଷ ତୁଷାର ଜାନି। ଭୁବନେଶ୍ବର ଗସ୍ତରେ ଆସିଥିବା ତୁଷାର ଜାନି ସୋମବାର ଦିନ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ ବୁଲି ଦେଖିବା ପରେ ଅଭିଭୂତ ହୋଇପଡ଼ିଥିଲେ।

ଭୁବନେଶ୍ବର : କିଟ ଓ କିସ ପରିଦର୍ଶନ କଲେ ବ୍ଲୁଡାର୍ଟ ଅଧ୍ୟକ୍ଷ ତୁଷାର ଜାନି। ଭୁବନେଶ୍ବର ଗସ୍ତରେ ଆସିଥିବା ତୁଷାର ଜାନି ସୋମବାର ଦିନ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ ବୁଲି ଦେଖିବା ପରେ ଅଭିଭୂତ ହୋଇପଡ଼ିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ କନ୍ଧମାଳରେ ଥିବାରୁ ତାଙ୍କ ସହିତ ସାକ୍ଷାତ ହୋଇପାରିନଥିଲେ ମଧ୍ୟ ତୁଷାର ଜାନି ଡ. ସାମନ୍ତଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇଥିଲେ। ପରେ ଭୁବନେଶ୍ୱରରେ ଆୟୋଜିତ ନୂଆ ଓଡ଼ିଶା ଗ୍ଲୋବାଲ୍‍ ସମିଟ୍‍ ଅନ୍‍ ଗ୍ରୋଥ ଆଣ୍ଡ ଏମ୍ଲୟମେଣ୍ଟ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ କିଟ୍‍ ଓ କିସ୍‍ର ଭୂୟସୀ ପ୍ରଶଂସା କରିଥିଲେ । ନିଜ ଜୀବନରେ ଦୁଇଜଣଙ୍କ କାର୍ଯ୍ୟଧାରାରେ ସେ ପ୍ରଭାବିତ ହୋଇଛନ୍ତି। ସେମାନେ ହେଲେ ମଦର ଟେରେସା ଓ ଡ. ଅଚ୍ୟୁତ ସାମନ୍ତ ବୋଲି କହିଛନ୍ତି ତୁଷାର ଜାନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.