ଦେବର କୁଣ୍ଡରେ ରହିଛି ମାହାତ୍ମ୍ୟ, ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ହୋଇଥାଏ ପାପ କ୍ଷୟ

ଦେବରକୁଣ୍ଡ ନାଁ ସମସ୍ତେ ଶୁଣିଥିବେ । ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ଏହି କୁଣ୍ଡ ।

ଦେବରକୁଣ୍ଡ ନାଁ ସମସ୍ତେ ଶୁଣିଥିବେ । ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ଏହି କୁଣ୍ଡ ।

ଭଦ୍ରକ ଜିଲ୍ଲା ର କାଉପୁର ଠାରେ ବହିଯାଇଛି ପୂଣ୍ୟତୋୟା ସାଳନ୍ଦୀ ନଦୀ । ଏହି ନଦୀର ମଧ୍ୟସ୍ଥଳୀର ରହିଛି ଏକ କୁଣ୍ଡ । କିଏ କହେଏହା ଦେବର କୁଣ୍ଡ ତ ଆଉ କିଏ କହେ ସୀତା କୁଣ୍ଡ । ଲୋକକଥା ଅଛି ଯେ ଏହି କୁଣ୍ଡକୁ ରାମ ଓ ସୀତାଙ୍କ ବନବାସ ସମୟରେ ଦିଅର ଲକ୍ଷ୍ଣଣ ଶର ମୁନରେ ସୃଷ୍ଟି କରିଥିଲେ । ଆଉ ଏହି କୁଣ୍ଡରେ ସୀତା ମାତା ଗାଧୋଇ ଥିଲେ । ସେଇଥି ପାଇଁ ଏହି କୁଣ୍ଡ ର ନାମ ଦିଅର କୁଣ୍ଡ ବା ଦେବର କୁଣ୍ଡ । ପ୍ରତିବର୍ଷ ଭୌମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ୭ ଦିନ ଧରି ଚାଲେ ଏହି ମେଳା । ଏଥି ପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠେ । ଏହି ପୂଜା ଉପଲକ୍ଷେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି କୁଣ୍ଡରେ ଆସି ବୁଡ ପକାଇଛନ୍ତି । ସାଳନ୍ଦି ନଦୀ ଗର୍ଭରେ ଦୁଇଟି କୁଣ୍ଡ ରହିଛି ସୀତା ସ୍ନାନ କରିଥିବା ସ୍ନାନ ସୀତାକୁଣ୍ଡ ଓ ଲକ୍ଷ୍ମଣ ସ୍ନାନ କରିଥିବା ସ୍ନାନ ଦେବରକୁଣ୍ଡ । ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ୟବହୃତ ଜିନିଷ ନଦୀ ଜଳରେ ଭସେଇ ଦେଲେ ବୈବାହିକ ଜୀବନରେ ଖୁସି ଭରିଯାଏ ବୋଲି ବିଶ୍ୱାସ ରହିଛି ।ସେଥିପାଇଁ ଏଠାରେ ନବ ବିବାହିତ ଲୋକ ମାନେ ଅଧିକ ସଂଖ୍ୟାରେ ଆସି ଥାନ୍ତି । ସେହିପରି ସେଠାରେ ରାମଚନ୍ଦ୍ରଙ୍କର ମନ୍ଦିର ଅଛି ଏଠାରେ ରାମ, ସୀତା ଓ ଲକ୍ଷ୍ଣଣ ପୂଜା ପାଇଥାନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବୁଡ ପକାଇ ଆସି ପ୍ରଭୁ ରାମଙ୍କ ଆଶିଷ ଲାଭ କରିଥାନ୍ତି । ଚଳିତ ବର୍ଷ ଏହି ମେଳାରେ ଭରପୁର ଶ୍ରଦ୍ଧାଳୁ ଙ୍କ ସମାବେଶ ହେବା ସହିତ ଲୋକ ମାନେ ବେଶ ଖୁସି ଅଛନ୍ତି

ଭଦ୍ରକ ଜିଲ୍ଲା କାଉପୁରରେ ଏହି ଦେବରକୁଣ୍ଡ ନାମ ରେ ପ୍ରସିଦ୍ଧି ଲାଭ କରିଛି ଏହି ମେଳା । ପ୍ରାକୃତିକ ଶୋଭ ଅତି ଆକର୍ଷଣୀୟ । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀ ମାନେ ଧାଇଁ ଆସନ୍ତି ଏହି ମେଳାକୁ । ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସନ୍ତି । ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ତା ସହ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ।ଏପରିକି ଅପେରା ସୋ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ତେବେ ଚଳିତ ବର୍ଷାର ମେଳା ଖୁବ ଜାକ ଯମକରେ ପାଳିତ ହେଉଛି । କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.