ସବୁଠାରୁ ଅଧିକ ସ୍ୱେଟର ପିନ୍ଧି କଲେ ଗିନିଜ୍ ବିଶ୍ୱ ରେକର୍ଡ, ପରେ କଲେ ହୃଦୟ ଜିତିଲା ଭଳି କାମ
ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଥିବା ଭିିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଝିଅ ଗୋଟିଏ ପରେ ଗୋଟିଏ ସ୍ୱେଟର ପିନ୍ଧୁଛନ୍ତି । ପ୍ରଥମେ ସେ ଗୋଟିଏ, ପୁଣି ଦୁଇଟି, ପୁଣି ତିନୋଟି, ଏହିପରି ମୋଟ ୪୫ଟି ସ୍ୱେଟର ପିନ୍ଧିଥିଲେ ।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ବୁକ୍ରେ ନିଜର ନାମ ସ୍ଥାନିତ କରିବାକୁ ଚାହାନ୍ତି । ଏମିତି ବି ଅନେକ ବିଶ୍ୱ ରେକର୍ଡ ରହିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଆଶ୍ଚର୍ଯ୍ୟଜନକ ରେକର୍ଡଗୁଡ଼ିକ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏକ ରେକର୍ଡ ବିଷୟରେ କହିବୁ । ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ନିଜର ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ଭିଡିଓ ସେୟାର କରିଛି ।
ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଥିବା ଭିିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଝିଅ ଗୋଟିଏ ପରେ ଗୋଟିଏ ସ୍ୱେଟର ପିନ୍ଧୁଛନ୍ତି । ପ୍ରଥମେ ସେ ଗୋଟିଏ, ପୁଣି ଦୁଇଟି, ପୁଣି ତିନୋଟି, ଏହିପରି ମୋଟ ୪୫ଟି ସ୍ୱେଟର ପିନ୍ଧିଥିଲେ । ଏତେ ସଂଖ୍ୟକ ସ୍ୱେଟର ଏକାବେଳେ ପିନ୍ଧି ଏହି ଝିଅ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଗିନିଜ୍ ରେକର୍ଡ ମୁତାବକ, ଝିଅଟିର ନାମ ସୋଫିଆ ଏଫ୍. ହେଡନ । ସେ ଆମେରିକାର ବାସିନ୍ଦା ।
ତେବେ ସୋଫିଆ ବିଶ୍ୱ ରେକର୍ଡ କରିବା ପରେ ଏମିତି କାମ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ତାଙ୍କର ପ୍ରଶଂସା କରିବେ । ସେ ରେକର୍ଡ ସୃଷ୍ଟି ପାଇଁ ଯେତିକି ବି ସ୍ୱେଟର ପିନ୍ଧିଥିଲେ, ସେ ସବୁକୁ ସେ ଏକ ଚ୍ୟାରିଟିକୁ ଦାନ କରି ଦେଇଛନ୍ତି । ଏହି ସୂଚନା ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ତରଫରୁ ଦିଆଯାଇଛି । ସୂଚନାଯୋଗ୍ୟ, ସୋଫିଆଙ୍କ ପୂର୍ବରୁ ଫ୍ରାନ୍ସର ଥୋମାସ୍ ହକ୍ୱେଟ୍ ଓମାମ୍ବୋ ୨୦୨୨ରେ ସବୁଠାରୁ ଅଧିକ ସ୍ୱେଟର ପିନ୍ଧିବାର ରେକର୍ଡ କରିଥିଲେ ।