ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀ ମୃତ

ବୋରିଗୁମ୍ମା ଥାନା ଅଞ୍ଚଳା ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।  ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ।

ଜୟପୁର : ବୋରିଗୁମ୍ମା ଥାନା ଅଞ୍ଚଳା ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।  ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ। ଉଭୟେ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଭାଇ ଭଉଣୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।  ପରେ ଅନ୍ୟ ଏକ ଶିଶୁଠୁ ସୂଚନା ପାଇ ପୋଖରୀରେ ବୁଡ଼ି ଯାଇଥିବା ଜାଣିବାକୁ ପାଇଥିଲେ।ସେମାନଙ୍କୁ ପାଣିରୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ଶିଶୁଙ୍କ ପ୍ରାଣ ଚାଲି ଯାଇଥିଲା ।

ଦୁଇ ମୃତ ଶିଶୁ ହେଲେ ବିରାହାଣ୍ଡି ଗାଁର ଯୋଗେଶ୍ୱର ଅମୋନାତ୍ୟଙ୍କ ୫ ବର୍ଷର ଝିଅ  ନାବିନା ଅମୋନାତ୍ୟ। ଏବଂ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷ ପୁଅ ରାମକୃଷ୍ଣ ଅମୋନାତ୍ୟ। ଉଭୟେ ସମ୍ପର୍କରେ ଦୁଇ ଭାଇ ଭଉଣୀ। ଦୁଇ ମୃତ ଦେହକୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ। ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.