ରାଜଧାନୀରେ କେଉଁ ଦୋକାନ ଖୋଲିବ ଓ କେଉଁଟି ଖୋଲିବନି, ଭଲ ଭାବେ ସ୍ପଷ୍ଟ କଲେ ବିଏମ୍‌ସି କମିଶନର୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ, କଣ ବନ୍ଦ ରହିବ, ଏହାକୁ ନେଇ ଅନେକ ବିଭ୍ରାନ୍ତି ସୃଷ୍ଟି ହୋଇଛି । ତେଣୁ ଏ ନେଇ ଆଜି ଅଧିକ ସ୍ପଷ୍ଟ କରିଛି ବିଏମ୍‌ସି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ମାର୍କେଟ କମ୍ପ୍ଳେକ୍ସ ବାହାରେ ଥିବା କପଡା ଦୋକାନ ଖୋଲିବ । ଚା, ପାନ,ଗୁଟ୍‌ଖା ଦୋକାନ ଖୋଲିିବ ନାହିଁ । ସେଲୁନ୍‌,ସ୍ପା ମସାଜ୍‌ ସେଣ୍ଟର ବନ୍ଦ ରହିବ । ନିର୍ମାଣ ସାମଗ୍ରୀ ଦୋକାନ ଖୋଲି ପାରିବ । ଗୋଟିଏ ଦୋକାନରେ ୫ ଗ୍ରାହକ ଏକାଠି ହୋଇପାରିବେ ନାହିଁ । ଛିଙ୍କ,କାଶ ହେଉଥିବା ଲୋକ ଦୋକାନକୁ ଆସିବେ ନାହିଁ । ଅନୁମତି ପ୍ରାପ୍ତ ଦୋକାନ ନିର୍ଦ୍ଦିଷ୍ଟ ସମୟ ଯାଏ ଖୋଲିବେ । ଭୁବନେଶ୍ୱର ରେଡ୍‌ ଜୋନ୍‌ରେ ଥିବାରୁ କଟକଣା ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.