Below header

ଭୁବନେଶ୍ୱର ଇସ୍କନ ମନ୍ଦିର ଓ ହୋଟେଲ ପ୍ରେସିଡେନସିକୁ ନୋଟିସ୍

ଭୁବନେଶ୍ୱର : ଅବୈଧ ନିର୍ମାଣ ନେଇ ନୋଟିସ୍। ଭୁବନେଶ୍ୱର ଇସ୍କନ ମନ୍ଦିର ଓ ହୋଟେଲ ପ୍ରେସିଡେନସିକୁ ବିଏମସି ପକ୍ଷରୁ କାରଣ ଦର୍ଶାଏ ନୋଟିସ୍ ଜାରି କରାଯାଇଛି। NH-୫କୁ ଲାଗି ଜବରଦଖଲ ନିର୍ମାଣ ଓ ଓ ପାର୍କିଂକୁ ନେଇ ନୋଟିସ୍ ହୋଇଛି। କାହିଁକି ପଦକ୍ଷେପ ନିଆନଯିବ ସେ ନେଇ କାରଣ ଦର୍ଶାଇବାକୁ BMCର ନୋଟିସ୍ ହୋଇଛି।

୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରେସିଡେନସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବିଏମସି ଚିଠି ଲେଖିଛି। ହୋଟେଲର ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠିକ୍ ଭାବେ କାମ କରୁନଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.