BMC ଓ ସୂତ୍ର ଏଜେନ୍ସିର ଚୁକ୍ତିନାମା ସ୍ୱାକ୍ଷର: ଭୁବନେଶ୍ୱରରେ ଜାଗା ମିଶନ ଅଧିନରେ ବସ୍ତିଗୁଡ଼ିକର ହେବ ସର୍ଭେକ୍ଷଣ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଜାଗା ମିଶନ ଅଧିନରେ ବସ୍ତିଗୁଡ଼ିକର ସର୍ଭେକ୍ଷଣ ହେବ । ଏଥିପାଇଁ ବିଏମସି ଓ ସୂତ୍ର ଏଜେନ୍ସି ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭୁବନେଶ୍ୱରରେ ମୋଟ ୪୩୬ଟି ବସ୍ତି ରହିଛି । ଖୁବ ଶୀଘ୍ର ଆରମ୍ଭ ହେବ କାମ ।

ବିଏମସିର ଗାଇଡ଼ଲାଇନ ଅନୁଯାୟୀ ସୂତ୍ର କାମ କରିବ । ଜାଗା ମିଶନ ମାଧ୍ୟମରେ ବସ୍ତି ବସିନ୍ଦାଙ୍କୁ ଜାଗା ଦିଆଯାଉଛି । ଯେଉଁ ଗାଇଡ଼ଲାଇନ ଅନୁସାରେ ଏହି କାର୍ଯ୍ୟ କରାଯାଉଛି ତାହାକୁ ସୂତ୍ର ପାଳନ କରିବ । ଜାଗା ମିଶନରେ ଯାହାର ଯାହା ଅସୁବିଧା ରହିଛି ସବୁ ଅସୁବିଧାର ସମାଧାନ ଦିଗରେ ବିଏମସି କାମ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.