Below header

ହାଇକୋର୍ଟରେ ଅଲିଭ ରିଡଲେ କଇଁଛ ସୁରକ୍ଷା ମାମଲା: ଟ୍ରାନ୍ସପୋଣ୍ଡର ଲଗାଇବା ନିମନ୍ତେ ବ୍ୟାଣ୍ଡଉଇଥ ପାଇଁ ଅନୁମତି

କଟକ(କେନ୍ୟୁଜ୍):ହାଇକୋର୍ଟରେ ଅଲିଭ ରିଡଲେ କଇଁଛ ସୁରକ୍ଷା ମାମଲାରେ ମାଛଧରା ଟ୍ରଲରରେ ଟ୍ରାନ୍ସପୋଣ୍ଡର ଲଗାଇବା ନିମନ୍ତେ ବ୍ୟାଣ୍ଡଉଇଥ ପାଇଁ ଇସ୍ରୋ ପକ୍ଷରୁ ଅନୁମତି ମିଳିଛି । ତେଣୁ ମାଛଧରା ଟ୍ରଲରରେ ଟ୍ରାନ୍ସପୋଣ୍ଡର ଲଗାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ଟ୍ରଲରରେ ଟ୍ରାନ୍ସପୋଣ୍ଡର ଲଗାଯିବା ପାଇଁ ବିଏସଏନଏଲ ସହ ଯୋଗାଯୋଗ ହୋଇଛି ।

ସେହିପରି ସାମୁଦ୍ରିକ ଥାନାରେ ପୋଲିସ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୨୩ ମାର୍ଚ୍ଚ ୧ରେ ହେବ ବୋଲି ଧାର୍ଯ୍ୟ ହୋଇଛି । ୨୦୧୮ର ବିଜ୍ଞପ୍ତି ଅନୁସାରେ ୨୦୨୨ ଜୁଲାଇ ୨ରେ ୧୪୩ ସବ୍‌-ଇନ୍ସପେକ୍ଟର ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହିତ ସିଭିଲ କନଷ୍ଟେବଳ ପଦରେ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ପୋଲିସ ଡିଜି କାର୍ଯ୍ୟାଳୟର ଅତିରିକ୍ତ ଏସପି ଏସ.କେ ମଲ୍ଲିକ ଗତ ଜୁଲାଇ ୧୨ ତାରିଖରେ ସତ୍ୟପାଠରେ ଉଲ୍ଲେଖ କରିଥିଲେ ।

ଏହାସହ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମେରାଇନ ଥାନା ଗୁଡିକରେ ଖାଲି ପଡିଥିବା ବିଭିନ୍ନ ପଦ ପୂରଣ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଏଥିସହିତ ଦୁଇ ଥର ଟ୍ରାନ୍ସପୋଣ୍ଡର ପାଇଁ ଗତ ୨୦୨୧ ଡିସେମ୍ବର ୧୦ ଓ ୨୦୨୨ ଏପ୍ରିଲ ୧୮ରେ ଟେଣ୍ଡର ଆହ୍ଵାନ କରାଯାଇଥିବା ବେଳେ ଏଥିରେ କେହି ଅଂଶଗ୍ରହଣ କରିନଥିଲେ । ଏନେଇ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ହାଇକୋର୍ଟ ନିଜ ଆଡୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.