ଏଥର ଭିଜିବ ଦୀପାବଳି, ବଢ଼ୁଛି ବାତ୍ୟା ଆଶଙ୍କା: ୨୪ରୁ ୨୬ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା!

ଭୁବନେଶ୍ୱର(କେନ୍ୟୁଜ୍): ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ଆସନ୍ତା ୨୦ ତାରିଖରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବ ଲଘୁଚାପ । ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନ ଘୂର୍ଣ୍ଣିବଳୟ କ୍ଷେତ୍ର ବହୁ ଦୂରରେ ଥିବାରୁ ଓଡ଼ିଶା ଉପରେ ପ୍ରଭାବ ରହିବ ନାହିଁ । ଆଗକୁ ଘନୀଭୂତ ହୋଇ ବାତ୍ୟା କି ରୂପ ନେବ ବାତ୍ୟାର ରୂପ ନେବ କି ନାହିଁ ଆକଳନ କରିନି ପାଣିପାଗ ବିଭାଗ । ଅନ୍ୟପଟେ ଅଧିକାଂଶ ବିଦେଶୀ ମଡେଲ ଓ ପାଣିପାଗ ବିଜ୍ଞାନୀମାନେ ବାତ୍ୟା ନେଇ ଆକଳନ କରିଛନ୍ତି ।

ଆନ୍ଧ୍ରର ଶ୍ରୀକାକୁଲମରୁ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ରହିଛି। GFS ମଡେଲ ଅନୁସାରେ ବିଶାକାପାଟଣା ଉପକୂଳରେ ପହଞ୍ଚିବ। ECMWF ମଡେଲ୍‌ ଅନୁସାରେ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ। ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୪ରୁ ୨୬ ତାରିଖ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.