Below header

ଭୁବନେଶ୍ୱର ପଳାଶୁଣି ନିକଟରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍

ଭୁବନେଶ୍ୱର(କେନ୍ୟୁଜ୍): ଜଳିଗଲା ମାଲ୍ ବୋଝେଇ ଟ୍ରକ୍। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ନିକଟରେ ଘଟିଛି ଏହି ଅଘଟଣ। ହଠାତ୍ ଗତକାଲି ରାତିରେ ଟ୍ରକ୍ ଟି ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

ଏହି ସମ୍ପର୍କରେ ଖବର ପାଇବା କ୍ଷଣି ତୁରନ୍ତ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହେଇଥିଲେ। ତେବେ କେଉଁ ପରିସ୍ଥିତରେ ଟ୍ରକରେ ନିଆଁ ଲାଗିଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.