Below header

ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ: ଆଜିଠୁ ଷ୍ଟାର ପ୍ରଚାରକ ଓ ହେଭିୱେଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଭଦ୍ରକ(କେନ୍ୟୁଜ୍):ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ । ଆଜିଠୁ ଜମିବ ପ୍ରଚାର ଲଢ଼େଇ । ଧାମନଗର ଉପନିର୍ବାଚନରେ ଅଛନ୍ତି ୫ ପ୍ରାର୍ଥୀ । ମଇଦାନରେ ଅଛନ୍ତି ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

ଆଜିଠୁ ଷ୍ଟାର ପ୍ରଚାରକ ଓ ହେଭିୱେଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି କରିଛନ୍ତି । ନିର୍ବାଚନମଣ୍ଡଳୀର ମୋଟ୍‌ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍‌ ୨୫୨ ମତଦାନ କେନ୍ଦ୍ର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.