ରାଜଧାନୀରେ ଆରମ୍ଭ ହେଲା ଡେଙ୍ଗୁ ଅଡିଟ ଡ୍ରାଇଭ୍, ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ ୧୦୦୦ ତଣ୍ଡ

ଭୁବନେଶ୍ଵରରେ ଡେଙ୍ଗୁ ଫାଇନ ଆଦାୟ କରିବ bmc। ଆଜିଠୁ ହେବ ଡେଙ୍ଗୁ ଡ୍ରାଇଭ୍। ମଶା ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ଆଜିଠୁ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବ ବିଏମସି । ଆବାସିକ ପାଇଁ ୧୦୦୦ ଓ ଅନୁଷ୍ଠାନ ପାଇ ୫୦୦୦ ଫାଇନ ପଡିବ ବୋଲି ପୂର୍ବରୁ ନିଷ୍ପତି ନେଇଛି bmc।

ଭୁବନେଶ୍ଵର (କେନ୍ୟୁଜ):  ଆଜିଠୁ bmc କରିବ ଡେଙ୍ଗୁ ଚେକିଙ୍ଗ। ଭୁବନେଶ୍ଵରରେ ଡେଙ୍ଗୁ ଫାଇନ ଆଦାୟ କରିବ bmc। ଆଜିଠୁ ହେବ ଡେଙ୍ଗୁ ଡ୍ରାଇଭ୍। ମଶା ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ଆଜିଠୁ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବ ବିଏମସି । ଆବାସିକ ପାଇଁ ୧୦୦୦ ଓ ଅନୁଷ୍ଠାନ ପାଇ ୫୦୦୦ ଫାଇନ ପଡିବ ବୋଲି ପୂର୍ବରୁ ନିଷ୍ପତି ନେଇଛି bmc। ଡେଙ୍ଗୁ ମୁକାବିଲା ପାଇଁ ବିଏମସି ପକ୍ଷରୁ ଡାକ୍ତରଙ୍କ ସମେତ ଅଙ୍ଗନବାଡି, ଆଶାକର୍ମୀ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ସର୍ଭେ କରିବା ସହିତ ଲୋକଙ୍କୁ ସଚେତନ କରିବେ ।

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ସ୍ମାର୍ଟ ସିଟିରେ ଡେଙ୍ଗୁ ଆତଙ୍କ। ଚଳିତ ମାସରେ ରାଜଧାନୀରେ ଦୁଇ ମୁଣ୍ଡ ନେଇଛି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହି ସଂଖ୍ୟା ୧୦୦୦ ପାର୍ କରିଛି। ଡେଙ୍ଗୁ ରୋଗୀ ବିଶେଷ କରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନୀଳାଦ୍ରି ବିହାର ସମେତ ଅନେକ ବସ୍ତି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ନୟାପଲ୍ଲୀ, ଆଚାର୍ଯ୍ୟ ବିହାର ହଟସ୍ପଟ ଚିହ୍ନଟ ହୋଇଛି । ସେହିପରି ପ୍ରଶାସନ ପକ୍ଷରୁ ହଟସ୍ପଟ୍ ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ଧୁଆଁ ସ୍ପ୍ରେ କରାଯିବା ସହିତ ଲାର୍ଭା ନଷ୍ଟ କରାଯାଉଥିବା ବିଏମସି ଅଧିକାରୀ କହିଛନ୍ତି। ଆଜିଠୁ ନୂଆ ନିୟମ ଲାଗୁ ହୋଇଛି। ଘରେ କିମ୍ବା ଘର ଠାରୁ ୫ମିଟର ଦୂରରେ ପାଣି ଜମିଲେ କିମ୍ବା ଛାତ ଉପରେ ଅଧିକ ଦିନ ପାଇଁ ଜମିଲେ ରାଜଧାନୀବାସୀ ଗଣିବେ ତଣ୍ଡ ।

ସେପଟେ ବିଏମସି କମିଶନର କହିଛନ୍ତି ଏମିତି କରିବା ପଛରେ ଲକ୍ଷ୍ୟ ଅର୍ଥ ଆଦାୟ ନୁହେଁ । ଲୋକଙ୍କୁ ସଚେତନ କରିବା ବିଏମ୍‌ସିର ମୂଳଲକ୍ଷ୍ୟ । ପୂର୍ବରୁ ଡେଙ୍ଗୁ ପାଇଁ ବିଏମ୍‌ସିର ଜାରି କରିଥିଲା ଅଜବ ନିର୍ଦ୍ଦେଶନାମା । ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ ୧୦୦୦ ତଣ୍ଡ ବୋଲି କୁହାଯାଇଥିଲା । ୧୫ ଅଗଷ୍ଟରୁ ଏହାକୁ କାର୍ଯ୍ୟକାରୀ ହେବା ନେଇ ବିଏମ୍‌ସି ସ୍ପଷ୍ଟକରିଥିଲେ । ବିମଏମ୍ସି ନୂଆ ନିୟମ ଅନୁସାରେ ଘର ସନ୍ଧି, ଖଟ ତଳେ ପଶି ମଶା ଖୋଜାଯିବ । ମଶା ପାଇଲେ ଗୃହକର୍ତ୍ତା ଗଣିବେ ୧୦୦୦ ଟଙ୍କା ଜରିମାନା । ଖାଲି ସେତିକି ନୁହେଁ ସରକାରୀ-ବେସରକାରୀ କାର୍ଯ୍ୟାଳୟରୁ ମଶା ବାହାରିଲେ ତଣ୍ଡ ବଢ଼ି ୫୦୦୦ ଟଙ୍କା ହେବ। ଡେଙ୍ଗୁ ରୋକିବାକୁ ବିଏମ୍‌ସି କମିଶନର ଏପରି କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.