ଯାହାକୁ ମୁଁ ଛୋଟ ବେଳରୁ ପଢୁଥିଲି, ସେଥିରେ ଆଜି ମୋ ବିଷୟରେ ମିଛ ଖବର ଛପାହୋଇଛି : ବିରାଟ କୋହଲି

ଅଲିବାଗରେ ବିରାଟ ଅନୁଷ୍କା ଏକ ୮ ଏକର ଜମି କିଣିଛନ୍ତି, ଯେଉଁଥିରେ ସେ ଫାର୍ମହାଉସ କରୁଛନ୍ତି ବୋଲି ସମ୍ବାଦପତ୍ରରେ ଛପାଯାଇଛି । ଆଉ ଏଭଳି ମିଛ ଖବର ଛପାଯିବାକୁ ନେଇ ବର୍ଷିଛନ୍ତି ବିରାଟ କୋହଲି ।

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି । ଏହି ଖବରକାଗଜରେ ତାଙ୍କ ଉପରେ ମିଛ ଖବର ଛପାଯିବା ନେଇ ସ୍ୱର ଉଠାଇଛନ୍ତି କୋହଲି । ଏହାକୁ ନେଇ ବିରାଟ କହିଛନ୍ତି,ଯାହାକୁ ମୁଁ ଛୋଟ ବେଳରୁ ପଢିଆସୁଥିଲି, ଆଜି ସେଥିରେ ମୋ ବିଷୟରେ ମିଛ ଖବର ବାହାରିଛି ।

ଖବରକାଗଜରେ ବାହାରିଥିବା ନ୍ୟୁଜ ଅନୁଯାୟୀ, ବିରାଟ ଏବଂ ଅନୁଷ୍କା ମୁମ୍ବାଇର ଅଲିବାଗ ଅଞ୍ଚଳରେ ୮ ଏକର ଜମି କିଣିଛନ୍ତି । ଏହି ଜମିରେ ୧୯.୨୪ କୋଟି ଟଙ୍କା ନିବେଶ କରି ଫାର୍ମହାଉସ କରୁଛନ୍ତି । ଆଉ ଏଥିପାଇଁ କାମ ଆରମ୍ଭ ହୋଇଯାଇଛି । ବିରାଟ ଏବଂ ଅନୁଷ୍କା ଏହି ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ବିରାଟ ଏଠାରେ ଏକ କ୍ରିକେଟ ପିଚ୍‌ ନିର୍ମାଣ କରୁଛନ୍ତି ବୋଲି ଖବର ଛପା ହୋଇଥିଲା ।

ଏହି ଖବର ଭାଇରଲ ହେବା ପରେ ବିରାଟ କୋହଲି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଛୋଟ ବେଳରୁ ଯେଉଁ ନ୍ୟୁଜପେପର ପଢୁଛି, ସେଥିରେ ଆଜି ମୋ ବିଷୟରେ ମିଛ ଖବର ଛପାଯାଇଛି । ଇନଷ୍ଟାଗ୍ରାମରେ ଖବରକାଗଜର ସ୍କ୍ରିନସର୍ଟ ଲଗାଇଛନ୍ତି ।

virt insta

ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଥର ବିରାଟ ମିଛ ଖବର ଛାପୁଥିବା ସଂସ୍ଥା ଉପରେ ବର୍ଷିଛନ୍ତି । ନିକଟରେ ବିରାଟ ଇନଷ୍ଟାଗ୍ରାମ ପୋଷ୍ଟରୁ ୧୧.୪ କୋଟି ଟଙ୍କା ଆୟ କରନ୍ତି ବୋଲି ଖବର ପ୍ରସାରିତ ହୋଇଥିଲା । ଯାହାକୁ ନିଜେ ଖଣ୍ଡନ କରିଥିଲେ କୋହଲି । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୭ ମିଲିୟନ ଫଲୋୟର୍ସ ରହିଛନ୍ତି ।

ସୂଚନାଯୋଗ୍ୟ, ବିରାଟ ଏବଂ ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଖେଳୁନଥିଲେ । ଏହାଛଡା ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳିବେ ନାହିଁ । ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଉପରେ ବିରାଟଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.