ଦୁର୍ବୃତ୍ତଙ୍କ ଆକ୍ରମଣରେ ଶାଶୁ ମୃତ, ବୋହୂ ଗୁରୁତର ଘଟଣା : କିଏ ଓ କାହିଁକି ଏପରି କଲା କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର ବରବାରିରେ ଜଘନ୍ୟ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ । କିଏ ଘଟାଇଲା ନରକୀୟ କାଣ୍ଡ ? କାହିଁକି ଦୁଇ ଜଣଙ୍କୁ ଆକ୍ରମଣ କଲା? ଆଜି ଘଟଣାସ୍ଥଳରେ ତନାଘନା ତଦନ୍ତ କରୁଛି ଭରତପୁର ଥାନା ପୋଲିସ । ସିସିିଟିଭି ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ସ୍ବତନ୍ତ୍ର ଟିମ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବରବାରିରେ ଜଘନ୍ୟ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ । କିଏ ଘଟାଇଲା ନରକୀୟ କାଣ୍ଡ ? କାହିଁକି ଦୁଇ ଜଣଙ୍କୁ ଆକ୍ରମଣ କଲା? ଆଜି ଘଟଣାସ୍ଥଳରେ ତନାଘନା ତଦନ୍ତ କରୁଛି ଭରତପୁର ଥାନା ପୋଲିସ । ସିସିିଟିଭି ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ସ୍ବତନ୍ତ୍ର ଟିମ । ଗତକାଲି ଖଣ୍ଡଗିରି ବରବାରି ଅଞ୍ଚଳରେ ଶାଶୂ, ବୋହୂଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଏଥିରେ ଶାଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବୋହୂଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଛି । ମୃତକ ହେଲେ ମଦା ପଲେଇ । ଗୁରୁତର ବୋହୂ ବୈଶାଖୀ ପଲେଇ । କିଏ ଘର ଭିତରେ ପଶି ଏମିତି ନୃଶଂସ ଆକ୍ରମଣ କଲା ? ଦୁଇ ଦୁଇ ଜଣଂକୁ ଆକ୍ରମଣ ବେଳେ ପାଖ ପଡୋଶୀ ଜାଣିପାରିଲେ ନାହିଁ କେମିତି ? ପୂର୍ବ ଶତ୍ରୁତା ନା ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ରହିଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.